pratyasa.com
ଆଜି ଓଡିଶା ଆସୁଛନ୍ତି ୨ କେନ୍ଦ୍ରମନ୍ତ୍ରୀ - Pratyasa
ଭୁବନେଶ୍ୱର,୧୦/୧: ସିଏଏ ସଚେତନତା ରାଲି ପାଇଁ ଓଡିଶା ଆସୁଛନ୍ତି ୨ କେନ୍ଦ୍ରମନ୍ତ୍ରୀ। କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଓ ଗିରିରାଜ ସିଂ ଶୁକ୍ରବାର ଓଡିଶା ଆସୁଛନ୍ତି। ଶୁକ୍ରବାର ବ୍ରହ୍ମପୁରରେ ହେବାକୁ ଯାଉଥିବା ରାଲିରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଯୋଗ ଦେବେ। ସେହିପରି ୧୧ ତାରିଖରେ ସମ୍ବଲପୁରରେ ହେବାକୁ ଯାଉଥିବା ରାଲିରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।